पोस्ट विवरण
ସୂର୍ଯ୍ୟମୁଖିରେ ପତ୍ର ଡିଆଁ କୀଟମାନଙ୍କର ପ୍ରଭାବ,ଏହିପରି ଭାବରେ କରନ୍ତୁ ଏହାର ସଠିକ୍ ନିୟନ୍ତ୍ରଣ |

ଏହିକୀଟ ପତ୍ର ଡିଆଁ ନାମରେ ବହୁଳ ଭାବରେ ଜଣାଶୁଣା | ଏହି କୀଟ ଗଛର ପତ୍ରକୁ ନିଜର ଖାଦ୍ୟ ଭାବରେ ଗ୍ରହଣ କରେ ଏବଂ ପତ୍ରର ସବୁଜ ରସକୁ ଶୋଷୀ ଫସଲକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରିଦିଅନ୍ତି |ସୂର୍ଯ୍ୟମୁଖିର ପତ୍ର ଡିଆଁ କୀଟମାନେ ବାଦାମୀରୁ ଗାଢ ସବୁଜ ରଙ୍ଗର ହୋଇଥାନ୍ତି | ଏହି କୀଟମାନଙ୍କ ପିଠିରେ ଡେଣା ଥାଏ | ସୂର୍ଯ୍ୟମୁଖିରେ ପତ୍ର ଡିଆଁ କୀଟମାନଙ୍କ ଦ୍ଵାରା ହୋଇଥିବା କ୍ଷତି ଏବଂ ନିୟନ୍ତ୍ରଣର ପଦକ୍ଷେପ ବିଷୟରେ ଏହି ଠାରୁ ଦେଖନ୍ତୁ |
ପତ୍ର ଡିଆଁ କୀଟ କାରଣରୁ ହେଉଥିବା କ୍ଷତି
-
ପତ୍ରଗୁଡ଼ିକ ହାଲ୍କା ହଳଦିଆ ରଙ୍ଗର ହୋଇଯାଏ |
-
ଯେତେବେଳେ ସଂକ୍ରମଣ ଅଧିକ ହୁଏ, ପତ୍ରଗୁଡ଼ିକ ଭିତରପଟକୁ ମୋଡିହୋଇ ଯାଇଥାଏ |
-
ପତ୍ରର ଧାରଗୁଡ଼ିକ ହାଲ୍କା ଗୋଲାପୀ ରଙ୍ଗର ହୋଇଯାଏ |
-
ଫସଲଟି ଶୁଖିଗଲା ପରି ଦେଖାଯାଏ |
-
ଫସଲରେ ଫୁଲ ଫୁଟିବା ପୂର୍ବରୁ ଫସଲ ଶୁଖିଯାଏ |
ସୂର୍ଯ୍ୟମୁଖିରେ ପତ୍ର ଡିଆଁ କୀଟର ନିୟନ୍ତ୍ରଣ |
-
ଡିମିଥୋଏଟ୍ ୩୦ ଇ.ସି.କୁ ଏକର ପିଛା ୨୬୦ ମିଲି କିମ୍ବା ଡେମେଟୋନ୍ ୨୫ଇ.ସି. କୁ ୨୬୦ ମିଲି ପ୍ରତି ଏକର ପିଛା 240 ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରନ୍ତୁ |
-
ଭୟଙ୍କର ସଂକ୍ରମଣ ହେଲେ, ୧୫ ରୁ ୨୦ ଦିନ ପରେ ଦ୍ୱିତୀୟ ସ୍ପ୍ରେ କରନ୍ତୁ |
-
ମୋନୋକ୍ରୋଟୋଫୋସ୍ କୁ ୨୪୦ ରୁ ୨୮୦ ମିଲି ପ୍ରତି ଏକର ପିଛା ୨୪୦ ରୁ ୨୮୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିନ୍ତୁ |
-
ଏକର ପିଛା ୧୦% ଫୋରେଟ୍ ରବେଦାରକୁ ୪ କିଲୋଗ୍ରାମ କିମ୍ବା ୩ % କାର୍ବୋଫୁରାନ୍ ଗ୍ରାନୁଲାର୍ କୁ ୧୨ କିଲୋଗ୍ରାମ ପ୍ରତି ଏକର ହିସାବରେ ପ୍ରୟୋଗ କରନ୍ତୁ |
-
ଏକର ଜମିରେ ୧୦ କିଲୋଗ୍ରାମ ୫% ନିମ୍ କର୍ଣ୍ଣଲ ଏକ୍ସଟ୍ରାକ୍ଟ ବ୍ୟବହାର କରନ୍ତୁ |
ଏହାକୁ ବି ଦେଖନ୍ତୁ :
ଉପରୋକ୍ତ ସୂଚନା ଉପରେ ଆପଣଙ୍କ ଚିନ୍ତାଧାରା ଏବଂ କୃଷି ସମ୍ବନ୍ଧୀୟ ପ୍ରଶ୍ନଗୁଡିକୁ ନିମ୍ନରେ ଦିଆଯାଇଥିବା ମନ୍ତବ୍ୟ ବାକ୍ସରେ ଲେଖି ଆମକୁ ପଠାଇ ପାରିବେ |ଯଦି ଆପଣ ଆଜିର ପୋଷ୍ଟରେ ଦିଆଯାଇଥିବା ସୂଚନାକୁ ପସନ୍ଦ କରନ୍ତି, ତେବେ ଏହାକୁ ଲାଇକ କରନ୍ତୁ ଏବଂ ଅନ୍ୟ କୃଷକ ସାଙ୍ଗମାନଙ୍କ ସହିତ ଶେୟାର କରନ୍ତୁ | ଯାହାଦ୍ୱାରା ଅଧିକରୁ ଅଧିକ କୃଷକ ଏହି ସୂଚନାର ଲାଭ ଉଠାଇ ପାରିବେ | କୃଷି ସମ୍ବନ୍ଧୀୟ ସୂଚନା ଏବଂ ଆକର୍ଷଣୀୟ ସୂଚନା ପାଇଁ ଦେହାତ ସହିତ ଯୋଡିହୋଇ ରୁହନ୍ତୁ |
Somnath Gharami
Dehaat Expert
4 April 2022
जारी रखने के लिए कृपया लॉगिन करें


फसल चिकित्सक से मुफ़्त सलाह पाएँ