पोस्ट विवरण
सुने
औषधीय पौधे
Krishi Gyan
1 year
Follow

ସର୍ପଗନ୍ଧାରେ ତୃଣକ ଏବଂ ରୋଗକୁ ନିୟନ୍ତ୍ରଣ କରିବାର ଉପାୟ

ସର୍ପଗନ୍ଧାରେ ତୃଣକ ଏବଂ ରୋଗକୁ ନିୟନ୍ତ୍ରଣ କରିବାର ଉପାୟ

ସର୍ପଗନ୍ଧା ଏକ ସୁଗନ୍ଧିତ ଜଡିବୁଟି ଉଦ୍ଭିଦ ଅଟେ, ଯାହା କ୍ଷତ, ଜ୍ୱର, ପେଟ ଯନ୍ତ୍ରଣା , ଅନିଦ୍ରା, ଉଚ୍ଚ ରକ୍ତଚାପ,ଏବଂ ମସ୍ତିଷ୍କର ରୋଗ ଇତ୍ୟାଦିରେ ଉପକାରୀ ବୋଲି ପ୍ରମାଣିତ ହୋଇଛି | ସର୍ପଗନ୍ଧା ଉଦ୍ଭିଦଗୁଡିକର ଉଚ୍ଚତା ପ୍ରାୟ ୧.୫ ମିଟର ପର୍ଯ୍ୟନ୍ତ ଏବଂ ପତ୍ରର ଲମ୍ବ ୮ ରୁ ୧୫ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ |ସର୍ପଗନ୍ଧାର ଚାଷ ଦ୍ୱାରା ଏକର ପିଛା ପ୍ରାୟ 30 କିଲୋଗ୍ରାମ ପର୍ଯ୍ୟନ୍ତ ବିହନ ମିଳିପାରିବ |ଯାହାର ବଜାରରେ ପ୍ରତି କିଲୋଗ୍ରାମରେ ପ୍ରାୟ 3 ହଜାରରୁ 4 ହଜାର ମୂଲ୍ୟରେ ବିକ୍ରି ହେଉଅଛି  | ବଜାରରେ ଏହାର ଭଲ ମୂଲ୍ୟ ଏବଂ ଅନେକ ପ୍ରକାରର mଔଷଧୀୟ ବ୍ୟବହାର ହେତୁ ସର୍ପଗନ୍ଧା ଚାଷ କୃଷକମାନଙ୍କ ପାଇଁ ଲାଭଦାୟକ ଅଟେ | କିନ୍ତୁ ଅନେକ ପ୍ରକାରର ତୃଣକ ଏବଂ ରୋଗ ବ୍ୟାପିବା ଦ୍ଵାରା ବହୁତ କ୍ଷତି ହୋଇଥାଏ | ଫସଲର ପ୍ରାରମ୍ଭିକ ପର୍ଯ୍ୟାୟରେ ତୃଣକ ସଂକ୍ରମଣ ଅଧିକ ଦେଖାଯାଏ | ଏହା କ୍ଷେତରେ ସଂପୂର୍ଣ୍ଣ ବ୍ୟାପିଥାଏ ଏବଂ ଫସଲକୁ ସଂପୂର୍ଣ୍ଣ ରୂପେ ଆଚ୍ଛାଦନ କରିଦିଏ , ଯେଉଁଥିପାଇଁ ଉଦ୍ଭିଦଗୁଡ଼ିକ ଏକ ଛୋଟ ଅବସ୍ଥାରେ ମରିଯାଆନ୍ତି | ଉତ୍ତମ ଫସଲ ଅମଳ ଏବଂ ଅଧିକ ଲାଭ ପାଇଁ ତୃଣକ ଏବଂ ରୋଗର ନିୟନ୍ତ୍ରଣ ଜରୁରୀ | ଏହି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ଏହି ପୋଷ୍ଟକୁ ସମ୍ପୂର୍ଣ୍ଣ ପଢନ୍ତୁ |

ସର୍ପଗନ୍ଧାରେ ତୃଣକ ନିୟନ୍ତ୍ରଣ |

  • ଗଛ ଲଗାଇବା ପରେ ୧୫-୨୦ ଦିନ ମଧ୍ୟରେ ତୃଣକକୁ ନିୟନ୍ତ୍ରଣ କରିବା ଉଚିତ୍ |

  • ଫୁଲର ଆରମ୍ଭରେ, ଚେରଗୁଡ଼ିକ ବିକଶିତ ହୁଏ ନାହିଁ | ତେଣୁ ସେମାନଙ୍କୁ ମୂଳରୁ କାଟି ଦିଅନ୍ତୁ |

  • ବର୍ଷା ଋତୁରେ କ୍ଷେତରେ ୨ ରୁ ୩ ଥର କୋଡା-ଖୋସା କରନ୍ତୁ  |

  • ଅନ୍ୟ ଋତୁରେ, ଆବଶ୍ୟକତା ଅନୁଯାୟୀ କୋଡା-ଖୋସା କରନ୍ତୁ |

ସର୍ପଗନ୍ଧାରେ ହେଉଥିବା  କିଛି ପ୍ରମୁଖ ରୋଗ ଏବଂ ଏହାର ନିୟନ୍ତ୍ରଣ |

  • ପତ୍ର ଦାଗ ରୋଗ: ଏହି ରୋଗ ଦ୍ଵାରା ପତ୍ରର ଉପର ଏବଂ ତଳ ପୃଷ୍ଠରେ ବାଦାମୀ ଦାଗ ସୃଷ୍ଟି ହୁଏ | ପତ୍ରଗୁଡ଼ିକ ପ୍ରଥମେ ହଳଦିଆ ହୋଇଯାଏ ଏବଂ ତା’ପରେ ଶୁଖିଯାଏ ଏବଂ ଝଡିଯାଏ | ଏହାକୁ ନିୟନ୍ତ୍ରଣ କରିବା ପାଇଁ ୧୫୦ ଲିଟର ପାଣିରେ ୪୦୦ ଗ୍ରାମ ଡାଇଥେନ ଏମ -୪୫ ସିଞ୍ଚନ କରନ୍ତୁ |

  • ମୂଳ ପଚା: ଏହି ରୋଗ ଦ୍ଵାରା ମୂଳଟି ପଚିଯାଏ  ଏବଂ ଉଦ୍ଭିଦ ଏବଂ ପତ୍ରର ବିକାଶ ଧୀର ହୋଇଯାଏ  | ଏହାକୁ ନିୟନ୍ତ୍ରଣ କରିବା ପାଇଁ, ଏକର ପିଛା  କାର୍ବୋଫିରୁନ୍ ୩ଜି ର  10 କିଲୋଗ୍ରାମ କିମ୍ବା ଫୋରେଟ୍ ୧୦ଜି  ଗ୍ରାନୁଲ୍ସ  ର  5 କିଲୋଗ୍ରାମ ପ୍ରୟୋଗ କରନ୍ତୁ |

  • ଗାଢ ବାଦାମୀ ଦାଗ: ଏହି ରୋଗ ହେତୁ ପତ୍ରରେ ବାଦାମୀ ରଙ୍ଗର ଦାଗ ଦେଖାଯାଏ | ଏହାକୁ ରୋକିବା ପାଇଁ  ଏକର ଜମିରେ ୩୦ ଗ୍ରାମ ବ୍ଲିଟକ୍ସ କୁ  ୧୦ ଲିଟର ପାଣି ସହିତ ସ୍ପ୍ରେ କରନ୍ତୁ  |

ଏହାକୁ ପଢନ୍ତୁ:

ଉପରୋକ୍ତ ସୂଚନା ଉପରେ ଆପଣ ଆପଣଙ୍କର ଚିନ୍ତାଧାରା ଏବଂ କୃଷି ସମ୍ବନ୍ଧୀୟ ପ୍ରଶ୍ନ କମେଣ୍ଟ ବକ୍ସରେ ଲେଖି ଆମକୁ ପଠାଇ ପାରିବେ |  ଯଦି ଆପଣ ଆଜିର ପୋଷ୍ଟରେ ଦିଆଯାଇଥିବା ସୂଚନାକୁ ପସନ୍ଦ କରନ୍ତି, ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଅନ୍ୟ କୃଷକ ସାଙ୍ଗମାନଙ୍କ ସହିତ ଶେୟାର କରନ୍ତୁ | ଯାହାଦ୍ୱାରା ଅଧିକରୁ ଅଧିକ କୃଷକ ଏହି ସୂଚନାର ଲାଭ ଉଠାଇ ପାରିବେ | କୃଷି ସମ୍ବନ୍ଧୀୟ ସୂଚନା ପାଇଁ ଦେହାତ ସହିତ ଯୋଡିହୋଇ ରୁହନ୍ତୁ  |

Like
Comment
Share
फसल चिकित्सक से मुफ़्त सलाह पाएँ

फसल चिकित्सक से मुफ़्त सलाह पाएँ