Beej se bajar tak
 खोजें
 / 
 / 
ଅଜୋଲା: ପଶୁମାନଙ୍କ ପାଇଁ ସବୁଜ ଚାରା ପାଇଁ ଏକ ଉତ୍ତମ ବିକଳ୍ପ, ଏହିପରି କରନ୍ତୁ ଏହାର ଚାଷ |

ଅଜୋଲା: ପଶୁମାନଙ୍କ ପାଇଁ ସବୁଜ ଚାରା ପାଇଁ ଏକ ଉତ୍ତମ ବିକଳ୍ପ, ଏହିପରି କରନ୍ତୁ ଏହାର ଚାଷ |

लेखक - Soumya Priyam | 21/5/2022

ସବୁଜ ଖାଦ୍ୟ ହେଉଛି ପଶୁମାନଙ୍କ ପାଇଁ ସର୍ବୋତ୍ତମ ଖାଦ୍ୟ | କିନ୍ତୁ ଭାରତର ଅଧିକାଂଶ ଭାଗରେ ୬ ରୁ ୮ ମାସ ପର୍ଯ୍ୟନ୍ତ ସବୁଜ ଖାଦ୍ଯର  ଅଭାବ ଦେଖାଦିଏ | ସବୁଜ ଚାରାଗୁଡ଼ିକ ସମୟ ସହିତ ହ୍ରାସ ପାଉଛି | ଏଭଳି ପରିସ୍ଥିତିରେ ପଶୁପାଳନ ଚାଷୀଙ୍କ ସାମ୍ନାରେ ସବୁଜ ଚାରା ସମସ୍ୟା ଦେଖା ଦେଇଥାଏ। ଆଜି, ଏହି ଆର୍ଟିକିଲ୍ ମାଧ୍ୟମରେ, ଆମେ ପଶୁପାଳନ ମାଲିକ ଏବଂ କୃଷକମାନଙ୍କୁ ଏକ ସବୁଜ ଚାରା 'ଅଜୋଲା' ବିଷୟରେ କହିବୁ, ଯାହା ଦ୍ଵାରା ପଶୁ ମାଲିକମାନେ ବର୍ଷସାରା ପଶୁମାନଙ୍କୁ ସବୁଜ ଖାଦ୍ୟ ଖାଇବାକୁ ଦେଇପାରିବେ | ଜାଣିବା ପାଇଁ ଏହି ଆର୍ଟିକିଲ୍ ଟିକୁ ସମ୍ପୂର୍ଣ ପଢନ୍ତୁ |

ଅଜୋଲା କ’ଣ?

  • ଅଜୋଲା ହେଉଛି ଛୋଟ ପତ୍ରର ଶୈବାଳ ଅଟେ ଏହା ପାଣିରେ ସୃଷ୍ଟି ହୋଇ ଥାଏ , ଯାହାକୁ 'ଫର୍ନସ୍' ମଧ୍ୟ କୁହାଯାଏ |

  • ଅଜୋଲା ଧାନ ଚାଷ ସହିତ ପୋଖରୀ ଏବଂ ଅନ୍ୟାନ୍ୟ ଜଳ ଉତ୍ସରେ ଚାଷ କରାଯାଏ |

  • ଏହା ଏକ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏକ ସବୁଜ ଚାରା ଅଟେ |

  • ଏହା ସବୁଜ ଖତ ଭାବରେ ମଧ୍ୟ ବ୍ୟବହୃତ ହୁଏ |

  • ଅଜୋଲା କ୍ଷୀର ଦେଉଥିବା ପ୍ରାଣୀମାନଙ୍କୁ ଖାଇବାକୁ ଦେବା ସହିତ ମାଛ ଚାଷ ଏବଂ କୁକୁଡ଼ା ଚାଷରେ ମଧ୍ୟ ବ୍ୟବହୃତ ହୁଏ |

ଅଜୋଲା ଚାଷ କିପରି କରିବେ?

  • ଅଜୋଲା ଚାଷ ପାଇଁ ଏକ ଛାଇ ସ୍ଥାନରେ ୨ ମିଟର ଲମ୍ବ, ୨ ମିଟର ଚଉଡା ଏବଂ ୩୦ ସେମିର ଏକ ଗଭୀର  ଗାତ ଖୋଳନ୍ତୁ |

  • ବର୍ତ୍ତମାନ ଭୂମି ସମତଳ କରି ଇଟା ପକାଇ ଏକ ଟାଙ୍କି ତିଆରି କରନ୍ତୁ | ବର୍ତ୍ତମାନ ଏହି ଗର୍ତ୍ତକୁ ଏକ ପଲିଥିନ ସିଟ୍ ସହିତ ଘୋଡାଇ ଦିଅନ୍ତୁ ଏବଂ ଏହାକୁ ୱାଟର୍ ପୃଫ୍ ବନାନ୍ତୁ  |

  • ଏହି ଟାଙ୍କିରେ ୧୫  ରୁ ୨୦ କିଲୋଗ୍ରାମ ପରିଷ୍କାର ମାଟି ବିସ୍ତାର କରନ୍ତୁ |

  • ୩୦ ଗ୍ରାମ ସିଙ୍ଗଲ୍ ସୁପର ଫସଫେଟ୍ କୁ ୧୦ ଲିଟର ପାଣିରେ ମିଶାଇ ୧୫ ରୁ ୨୦ କିଲୋଗ୍ରାମ ମାଟିରେ ମିଶାଇ ଗର୍ତ୍ତରେ ପକେଇ ଦିଅନ୍ତୁ |

  • ବର୍ତ୍ତମାନ ଗର୍ତ୍ତରେ ୭ ରୁ ୧୦ ସେମି ପର୍ଯ୍ୟନ୍ତ ପାଣି ଭରନ୍ତୁ |

  • ଏହା ପରେ ୧ କିଲୋଗ୍ରାମ ଆଜୋଲା କଲଚରକୁ ଗର୍ତ୍ତରେ ରଖନ୍ତୁ |

  • ୧୦ ରୁ ୧୫ ଦିନ ପରେ, ଆଜୋଲା ଜଳ ଉପରେ ଏକ ମୋଟା ଗଦା ଆକାରରେ ବିସ୍ତାର ହୋଇଥିବା ଦେଖାଯିବ |

  • ଏହି ଗର୍ତ୍ତରୁ ପ୍ରତିଦିନ ୧-୨  କିଲୋଗ୍ରାମ ପର୍ଯ୍ୟନ୍ତ ଆଜୋଲା ବାହାର କରାଯାଇପାରିବ |

  • ଏହାକୁ ବିଶୁଦ୍ଧ ପାଣିରେ ଧୋଇବା ପରେ ଏହାକୁ ପଶୁମାନଙ୍କୁ ଖାଇବାକୁ ଦିଅନ୍ତୁ  |

  • ୬ ମାସରେ ଥରେ, ଟାଙ୍କିକୁ ଭଲଭାବେ ସଫା କରନ୍ତୁ ଏବଂ ପୁଣି ଆଜୋଲା କଲଚରକୁ  ଗାତ ପକାନ୍ତୁ |

ଏହାକୁ ପଢନ୍ତୁ  :

ଆଶାକରୁଛୁ  ଏହି ସୂଚନା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ | ଯଦି ଆପଣ ଏହି ସୂଚନା ପସନ୍ଦ କରନ୍ତି, ତେବେ ଏହି ପୋଷ୍ଟକୁ ଯଥାସମ୍ଭବ ଲାଇକ୍ କରନ୍ତୁ ଏବଂ ଆପଣଙ୍କର କୃଷକ ସାଙ୍ଗମାନଙ୍କ ସହିତ ସୂଚନାକୁ ଶେୟାର କରନ୍ତୁ | ଯାହାଫଳରେ ଅଧିକରୁ ଅଧିକ ଲୋକ ଏହି ସୂଚନାର ଲାଭ ଉଠାଇ ପାରିବେ ଏବଂ ଅଜୋଲା ଚାଷ କରି ସେମାନେ ବର୍ଷସାରା ସବୁଜ ଚାରା ର ଲାଭ ପାଇପାରିବେ | ଯଦି ଆପଣଙ୍କର ଏହା ସହିତ ଜଡିତ କୌଣସି ପ୍ରଶ୍ନ ଅଛି ତେବେ ଆପଣ ମନ୍ତବ୍ୟ ମାଧ୍ୟମରେ ଆମକୁ ପଚାରିପାରିବେ | କୃଷି ସମ୍ବନ୍ଧୀୟ ଅନ୍ୟାନ୍ୟ ଆକର୍ଷଣୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ଦେହାତ ସହିତ ଯୋଡିହୋଇ ରୁହନ୍ତୁ  |


0 लाइक और 0 कमेंट
यह भी पढ़ें -
संबंधित वीडियो -
गर्मी में करें इस फसल की खेती, नहीं होगी हरे चारे की कमी

कृषि विशेषज्ञ से मुफ़्त सलाह के लिए हमें कॉल करें

farmer-advisory

COPYRIGHT © DeHaat 2022

Privacy Policy

Terms & Condition

Contact Us

Know Your Soil

Soil Testing & Health Card

Health & Growth

Yield Forecast

Farm Intelligence

AI, ML & Analytics

Solution For Farmers

Agri solutions

Agri Input

Seed, Nutrition, Protection

Advisory

Helpline and Support

Agri Financing

Credit & Insurance

Solution For Micro-Entrepreneur

Agri solutions

Agri Output

Harvest & Market Access

Solution For Institutional-Buyers

Agri solutions

Be Social With Us:
LinkedIn
Twitter
Facebook